ନିର୍ବାଚନରେ ଏଆଇ ଭିଡ଼ିଓ ଓ ଫଟୋର ଅପବ୍ୟବହାର ଉପରେ ରୋକ ଲଗାଇଲେ ଭାରତୀୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିର୍ବାଚନରେ ଏଆଇ ଭିଡ଼ିଓ ଓ ଫଟୋର ଅପବ୍ୟବହାର ଉପରେ ରୋକ ଲଗାଇଲେ ଭାରତୀୟ ନିର୍ବାଚନ ଆୟୋଗ । ଭାରତୀୟ ନିର୍ବାଚନ ଆୟୋଗ ଏନେଇ ଗାଇଡଲାଇନ ଆଣିଛନ୍ତି । ଯେଉଁଥରେ ପ୍ରଚାର ସମୟରେ ଏଆଇ ଫଟୋ ଓ ଭିଡ଼ିଓର ଅପବ୍ୟବହାର ନ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ପ୍ରାର୍ଥୀ କିମ୍ବା ଦଳ ନିର୍ବାଚନ ପ୍ରଚାରରେ, କୃତ୍ରିମ ଭାବେ କିମ୍ବା ଏଆଇ ଦ୍ବାରା ଭିଡ଼ିଓ କିମ୍ବା ଫଟୋ ବ୍ୟବହାର କରୁଥିଲେ ଏଥିରେ ଏଆଇ ଜେନେରେଟେଡ୍ ଦର୍ଶାଯିବ । ଭିଡ଼ିଓ କିମ୍ବା ଫଟୋ କେଉଁ ସଂସ୍ଥା ସୃଷ୍ଟି କରିଛି ତାହା ଉଲ୍ଲେଖ ରହିବ । କୌଣସି ବ୍ୟକ୍ତିଙ୍କ ପରିଚୟ, ଦୃଶ୍ୟ ଓ ସ୍ବର ତାଙ୍କ ସମ୍ମିତ ବିନା ଭୋଟରଙ୍କୁ ଭ୍ରମିତ କରିବାକୁ ବ୍ୟବହାର କରାଯାଇପାରିବ ନାହିଁ ।

ଦଳୀୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏଆଇ ଦ୍ବାରା କୌଣସି ଫଟୋ କିମ୍ବା ଯାହା ଭୁଲ ତଥ୍ୟ ପ୍ରଦାନ କରୁଥାଏ ତାହାକୁ ନେଇ ରିପୋର୍ଟ କରିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ । ଏଆଇ ଦ୍ବାରା ନିର୍ମିତ ଫଟୋ, ଭିଡ଼ିଓ, ଭୁଲ ସୂଚନା ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଏହା ଉପରେ ସତର୍କ ନଜର ରଖିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

Related Posts