ଆଜି ରାଜ୍ୟର ୩୧୪ ବ୍ଲକ ଚେୟାରମ୍ୟାନ ପଦବୀ ପାଇଁ ହେବ ନିର୍ବାଚନ

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ । ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ଆଜି ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ବାଛିବେ । ଏନେଇ ପୂର୍ବରୁ ଘୋଷଣା ହୋଇଥିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ହେବ।

ରାଜ୍ୟର ୬ ହଜାରରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ହେବ । ଏନେଇ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରାର୍ଥୀ ପତ୍ର ଦାଖଲ ଏହାର ଘଣ୍ଟାଏ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ଅପରାହ୍ନ ୧ଟା ଭିତରେ ପ୍ରାଥୀ ପତ୍ର ପ୍ରତ୍ୟାହାର ହେବ। ଦିନ ୧ଟା ୩୦ ରୁ ୪ଟା ଭିତରେ ନିର୍ବାଚନ ପରେ ଘୋଷଣା ହେବ ଫଳାଫଳ ପ୍ରକାଶ ପାଇବ । ଏହାପରେ ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ।

ତେବେ ଅଧକ୍ଷ ପଦାକୁ ନେଇ ସ୍ଥାନୀୟ ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ଉଠିଥିବା ବେଳେ, ଏନେଇ ସବୁ ଜିଲ୍ଲାରେ ଛକାପଂଝା ଲାଗି ରହିଛି |

Related Posts