ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ଟ୍ୱିଟର ମାଲିକ ଏଲନ ମସ୍କ ମିଡିଆ ପ୍ରକାଶକଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। ମସ୍କଙ୍କ ଅନୁସାରେ ଆଗାମୀ ମାସରୁ ଟ୍ୱିଟରରେ ନ୍ୟୁଜ ବା ଖବର ପଢିବା ପାଇଁ ୟୁଜରଙ୍କୁ ଦେୟ ଦେବାକୁ ହେବ। ଏଲନ ମସ୍କଙ୍କ ଯୋଜନା ଅନୁସାରେ ଆଗାମୀ ମାସରୁ ୟୁଜରଙ୍କ ଠାରୁ ପ୍ରତି ଲେଖା ଆଧାରରେ ପଇସା ଅସୁଲ କରାଯିବ। ଏଥିରେ ସେମାନଙ୍କ ଲାଗି ମାସିକିଆ ସବସ୍କ୍ରିପସନର ବିକଳ୍ପ ମଧ୍ୟ ରହିବ। ଏଥି ଲାଗି ୟୁଜରଙ୍କୁ ଅଧିକ ପୈଠ କରିବାକୁ ହେବ।
ମସ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ମସ୍କ କହିଛନ୍ତି ଯେ ଏହା ଦ୍ୱାରା ଅନେକ ଲୋକ ଉପକୃତ ହେବେ। କେତେକ ଲୋକଙ୍କ ଲାଗି ଆୟର ନୂଆ ସ୍ରୋତ ମଧ୍ୟ ଖୋଲିବ। ଆପଣଙ୍କ ଲାଗି ଭଲ କଣ୍ଟେଣ୍ଟ ତିଆରି କରିବା ପାଇଁ ସେମାନେ ଅଧିକ ସମୟ ନେବାକୁ ବାଧ୍ୟ ହେବେ।
ଉଲ୍ଲେଖଯେଗ୍ୟ ଯେ, ଟ୍ୱିଟର ନିକଟରେ ୟୁଜରଙ୍କ ପ୍ରୋଫାଇଲରୁ ବ୍ଲୁ ଭେରିଫାଏଡ ବ୍ୟାଜ୍ ହଟାଇ ଦେଇଥିଲା। ଏବେ ଟ୍ୱିଟର ଆକାଉଣ୍ଟରେ ଯଦି ଆପଣ ବ୍ଲୁ ଟିକ୍ ନେବେ ତେବେ ସବସ୍କ୍ରିପସନ ଦେବାକୁ ପଡିବ। ଏହା ଛଡା ପୂର୍ବରୁ ମଧ୍ୟ ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇଛି। ଏବେ ଟ୍ୱିଟର ବ୍ଲୁ ଟିକ୍ ନୋଟେବଲ ହେବା ପରିବର୍ତ୍ତେ ପଇସା ଦେଇ ସବସ୍କ୍ରାଇବ କରିବାକୁ ହେବ। ଟ୍ୱିଟର ବ୍ଲୁ ଲାଗି ୱେବ୍ ୟୁଜରଙ୍କୁ ୬୫୦ ଟଙ୍କା ଓ ଏଣ୍ଡ୍ରଏଡ, ଆଇଓଏସ ୟୁଜରଙ୍କ ପାଇଁ ମାସିକ ୯୦୦ ଟଙ୍କା ପୈଠ କରିବାକୁ ହେବ। ଏଥିରେ ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ମସ୍କ ନୂଆ ନିୟମ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।





