ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ବୈଜ୍ଞାନିକ ତଥା ପାଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ ଓଡ଼ିଆ ଭାବେ ଭାରତ ସରକାରଙ୍କ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଥିଲେ।
ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ସେ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପରମ ମିତ୍ର ଥିଲେ। ସେହିଭଳି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିଜ୍ଞାନ ପରାମର୍ଶଦାତା ଥିଲେ।
ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।





