ରୋଜଗାର ମେଳା: ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଆଜି ଅନୁଷ୍ଠିତ ହୋଇଛି କେନ୍ଦ୍ର ସରକାରଙ୍କ ରୋଜଗାର ମେଳା । ଦେଶର ୪୫ଟି ସ୍ଥାନରେ ଏହି ମେଳା ଅନୁଷ୍ଠିତ ହୋଇଛି। ଏହି ରୋଜଗାର ମେଳାରେ ଭର୍ଚୁଆଲରେ ଯୋଗଦେଇ ଦେଶରେ ୭୧ ହଜାର ୪୨୬ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି ଯୁବକ । ନିଯୁକ୍ତି ପତ୍ର ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରୋଜଗାର ମେଳାରେ ଯୁବକଙ୍କୁ ସଶକ୍ତିରଣ କରାଯାଉଛି । ଦେଶର ବିକାଶରେ ସେମାନଙ୍କ ଭାଗିଦାରୀ ମଧ୍ୟ ସୁନିଶ୍ଚିତ କରୁଛି । ନିରନ୍ତର ହେଉଥିବା ଏହି ରୋଜଗାର ମେଳା ସରକାରଙ୍କ ପରିଚୟ ହୋଇଛି ବୋଲି ମୋଦି କହିଛନ୍ତି।

୨୦୨୩ ବର୍ଷର ପ୍ରଥମ ରୋଜଗାର ମେଳା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ରୋଜଗାର ମେଳା ଆମ ସରକାରଙ୍କ ପରିଚୟ ହୋଇଛି । ଏହି ମେଳା ପ୍ରମାଣିତ କରିଛି ଯେ କିପରି ଆମ ସରକାର ଯାହା ସଙ୍କଳ୍ପ କରେ ତାହା ସିଦ୍ଧ କରି ଦେଖାଏ । ଦେଶରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ରୀୟ ସେବାରେ ଭର୍ତ୍ତି ହେବା ପ୍ରକ୍ରିୟା ପୂର୍ବ ତୁଳନା ଅନୁସାରେ ଅଧିକ ସମୟବଦ୍ଧତା ହୋଇଛି । ପାରଦର୍ଶୀ ଜରିଆରେ ଭର୍ତ୍ତି ପଦୋନ୍ନତି ଯୁବକଙ୍କ ମଧ୍ୟରେ ଭରସା ସୃଷ୍ଟି କରେ । ଏହି ପାରଦର୍ଶିତା ଓ ସ୍ବଚ୍ଛତା ଭର୍ତ୍ତି ସେମାନଙ୍କୁ ଅଧିକ ପ୍ରସ୍ତୁତ ସହ ପ୍ରତିଯୋଗିତାକୁ ଓହ୍ଲାଇବାକୁ ପ୍ରେରଣା ଦେବ । ଆମ ସରକାର ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଛି । ସରକାରୀ ଚାକିରି କଲେ ତାହାକୁ ଚାକିରି ନୁହେଁ ସେବା ବୋଲି ଭାବିବାକୁ ହେବ ।’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଶାସନ ବ୍ୟବସ୍ଥାରେ ନାଗରିକ ସବୁବେଳେ ସଠିକ ଆମ ମନ୍ତ୍ର ହେବା ଆବଶ୍ୟକ । ବ୍ୟବସାୟ, କାରବାର ଦୁନିଆରେ କୁହାଯାଏ ଉପଭୋକ୍ତା ସର୍ବଦା ସଠିକ । ସେହିପରି ଶାସନ ବ୍ୟବସ୍ଥାରେ ନାଗରିକ ସର୍ବଦା ଠିକ ଆମ ମନ୍ତ୍ର ହେବା ଦରକାର । ଏହି ରୋଜଗାର ମେଳା ୭୧ ହଜାର ପରିବାରଙ୍କ ପାଇଁ ଖୁସି ଆଣିଛି । ଏହି କାର୍ଯ୍ୟକ୍ରମ କେବଳ ସଫଳ ଆଶୟୀଙ୍କ ପାଇଁ ନୁହେଁ ବରଂ କୋଟି କୋଟି ପରିବାରଙ୍କ ପାଇଁ ଆଶାର ନୂଆ କିରଣର ସଞ୍ଚାର କରିବ । ଆଗାମୀ ଦିନରେ ଲକ୍ଷାଧିକ ପରିବାର ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବାର ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ସହିତ ଏନଡିଏ ଓ ଭାଜପା ସରକାର ଶାସିତ ରାଜ୍ୟରେ ମଧ୍ୟ ଲଗାତାର ରୋଜଗାର ମେଳା ଆୟୋଜନ କରାଯାଉଛି । ଏହା ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ ବିକଶିତ ଭାରତ ଯାତ୍ରାରେ ସମସ୍ତଙ୍କ ସକ୍ରିୟ ଭାଗିଦାରୀ ରହିବ । ବିଶେଷ ଦାୟିତ୍ବ ରହିବ । ଅଧିକାଂଶ ସଦସ୍ୟ ସରକାରଙ୍କ ପ୍ରତିନିଧି ଜରିଆରେ ସିଧାସଳଖ ଲୋକଙ୍କ ସହ ଯୋଡି ହେବେ ।’

ଏହି ଅବସରରେ ଯୁବବର୍ଗଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଯୁବବର୍ଗଙ୍କ ମୁହଁରେ ଖୁସି ଦେଖି ଖୁସିବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ପାରିବାରିକ ସ୍ଥିତି ଭଲ ନଥାଇ ମଧ୍ୟ ସଂଘର୍ଷ କରି ଆଗକୁ ବଢିଥିବା ୟୁବବର୍ଗଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଯୁକ୍ତି ପତ୍ର ମିଳିଥିବା ସମସ୍ତଙ୍କ ପାଇଁ ଏକ ନୂଆ ଯାତ୍ରା ହେବ । ବିକଶିତ ଭାରତରେ ସମସ୍ତଙ୍କ ଭୂମିକା ରହିବ । ସମସ୍ତେ ସେମାନଙ୍କ ଦାୟିତ୍ବକୁ ସଠିକ ଭାବରେ ତୁଲାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Related Posts