ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଗିରଫ । ଦୁଇ ଅଭିଯୁକ୍ତ ସମରେଶ ଦାସ ଓ ହେମନ୍ତ ପଣ୍ଡାଙ୍କୁ ଗିରଫ କଲା EOW । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି EOW ।
ଖବର ଅନୁଯାୟୀ, ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କରୁ ନେଇଥିଲେ ୮ କୋଟି ଟଙ୍କା ଋଣ । ଫୁଲବାଣୀ SBI ବ୍ରାଞ୍ଚ ର ରିଜିଓନାଲ ମ୍ୟାନେଜର ଏନେଇ ଅଭିଯୋଗ କରିଥିଲେ। ୫୯ ଜଣ ଚାକିରିଆଙ୍କୁ ଏକ୍ସେପ୍ରେସ କ୍ରେଡିଟ ଋଣ ଦିଆଯାଇଥିଲା । ୨୬ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜାଲ କାଗଜପତ୍ର ଜରିଆରେ ଲୋନ ଦିଆଯାଇଥିଲା ।
ସେହିପରି ପୂର୍ବରୁ ଏହି ଘଟଣାରେ ତତ୍କାଳୀନ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ ହୋଇଥିଲେ। ମୃତ ଲୋକଙ୍କ ଜାଲ ଦସ୍ତଖତ ଜରିଆରେ ୨୦୨୧ ସେପ୍ଟେମ୍ବର ରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା ଘୋଟାଲା । ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟ କୁ ଯାଇଥିଲା ପାଖାପାଖି ୨ କୋଟି ଟଙ୍କା । ଅନ୍ୟ ଏକ କୋଅପରେଟିଭ ସୋସାଇଟି ଆକାଉଣ୍ଟକୁ ୩ କୋଟି ଟଙ୍କା ଯାଇଥିଲା । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି EOW ।





