ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଗତକାଲି ତେଜେଶ୍ୱର୍ ପରିଡ଼ା ଙ୍କ ନେତୃତ୍ୱ ରେ “ରାଗିଂ ମୁକ୍ତ ଅଭିଯାନ” ର ୪ଜଣିଆ ପ୍ରତିନିଧି ଦଳ ରାଜଭବନ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ଭେଟିଛନ୍ତି । ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଦିନକୁ ଦିନ ରାଗିଂ ବଢୁଥିବା ନେଇ ସେମାନେ ରାଜ୍ୟପାଳ ଙ୍କୁ ଅବଗତ କରାଇ ଛନ୍ତି ଓ ଏହା ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୁକ୍ତି ବାଢିଛନ୍ତି।
ରାଜ୍ୟ ର ବିଭିନ୍ନ କଲେଜ୍ ଯଥା ବିଜେବି କଲେଜ, ଭିମୋଭୋଇ ମେଡିକାଲ କଲେଜ, ଭୁବନେଶ୍ଵର ର ବେଶିକ ସାଇନ୍ସ କଲେଜ୍ ରେ ହୋଇଥିବା ରାଗିଂ ଅଭିଯୋଗ ସମ୍ପର୍କ ରେ ରାଜ୍ୟପାଳ ଙ୍କୁ ଅବଗତ କରାଇଥିଲେ।
ଏବଂ ଗତ ମାର୍ଚ୍ଚ ୧୫ ତାରିଖ ରେ ରାଜ୍ୟ ମାନବାଧିକାର କମିଶନର ଙ୍କୁ ରାଗିଂ ରୋକିବା ପାଇଁ ଦେଇଥିବା ଏକ ପତ୍ର ର ନକଲ ମଧ୍ୟ ପ୍ରଦାନ କରିଥିଲେ। ରାଜ୍ୟପାଳ ଶ୍ରୀ ଲାଲ ସବୁ ଘଟଣା ର ଅନୁଧ୍ୟାନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ସହ ଆମ ସମସ୍ତଙ୍କ ମିଳିତ ଉଦ୍ୟମ ରେ ହିଁ ରାଗିଂ ରୋକାଯାଇ ପାରିବ ବୋଲି ମତ ଦେଇଥିଲେ। “ରାଗିଂ ମୁକ୍ତ ଅଭିଯାନ” ର ଏହି ଉଦ୍ୟମ କୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ।





