ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ଏଥର କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ଦଳର ପ୍ରଦର୍ଶନକୁ ନେଇ ଦଳୀୟନେତାମାନଙ୍କ ମଧ୍ୟରେ ହିଁ ବୟାନବାଜି ଚାଲିଛି । କିଏ ଦଳ ସପକ୍ଷରେ କଥା କହୁଥିବାବେଳେ ଆଉ କିଏ ସିଧା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି । ଏହା ମଧ୍ୟରେ କପିଲ ସିବଲ ବଡ଼ ବୟାନ ଦେଇଥିଲେ । ତେବେ ବର୍ତ୍ତମାନ ଘର କି କଂଗ୍ରେସ’କୁ’ ସବ କି କଂଗ୍ରେସ କରିବାର ସମୟ ଆସିଛି ବୋଲି କହିଥିଲେ । ବାସ ଏହା ପରେ ‘ଘର କି କଂଗ୍ରେସ’କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସିବଲଙ୍କ ବିବୃତ୍ତିରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ସିବଲଙ୍କ ପାଖରେ କୌଣସି ଜନ ଆଧାର ନାହିଁ। ସେ କେଉଁଠୁ ଆସିଛନ୍ତି ମୁଁ ଜାଣେ ନାହିଁ ।
କଂଗ୍ରେସର ସମର୍ଥନ ବିନା ସେ କିଛି କରିପାରିବେ ନାହିଁ। ସେ ନିଜେ ମଧ୍ୟ ଯୁଦ୍ଧ କରିପାରିବେ ନାହିଁ, ତେବେ ଏକ ଏସି ରୁମରେ ବସି ଏକ ସାକ୍ଷାତକାର ଦେବାର ଅର୍ଥ କଣ? ଯେତେବେଳେ ସେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ ସେତେବେଳେ ସବୁକିଛି ଠିକ ଥିଲା । ବର୍ତ୍ତମାନ ଦଳ କ୍ଷମତାରେ ନ ଥିବାରୁ ସବୁକିଛି ସେମାନଙ୍କ ପାଇଁ ଖରାପ ହୋଇଯାଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।





