ବସନ୍ତରେ ଗ୍ରୀଷ୍ମ ଅନୁଭୂତି; ଭୁବନେଶ୍ୱର ସବୁଠୁ ଉତପ୍ତ, ୩୭ ଡ଼ିଗ୍ରି ସହ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି ହୋଇଛି। ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତପ୍ତ ସହର ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ୩୭ ଡିଗ୍ରିରେ ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ବୌଦ୍ଧରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା, ଝାରସୁଗୁଡ଼ା, ପାରଳାଖେମୁଣ୍ଡିରେ ଏହା ୩୫.୬, ଟିଟିଲାଗଡ଼, ନୟାଗଡ଼, ଜଗତସିଂହପୁରରେ ୩୫.୫, ବଲାଙ୍ଗୀରରେ ୩୫.୩, ଅନୁଗୁଳରେ ୩୫.୧, ଭଦ୍ରକ, ମାଲକାନଗିରି, ତାଲଚେର, ଚାନ୍ଦବାଲି ଓ ବାଲେଶ୍ବରରେ ୩୫ ସେଲସିୟସ ରେକର୍ଡ ହୋଇଛି।

Related Posts