ଭୁବନେଶ୍ୱର- ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ତେବେ ଆଜିଠୁ ରଜ ପର୍ବ ଆରମ୍ଭ ହୋଇଥିବା ବେଳେ, କିନ୍ତୁ ବର୍ଷା ର ଟିକେ ବି ଦେଖା ଦର୍ଶନ ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ମଧ୍ୟରେ ବିତିଛି ପହିଲି ରଜ ।
ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସୋନପୁର ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୪୩.୫, ସମ୍ବଲପୁର ୪୩.୪, ହୀରାକୁଦ ୪୩, ବଲାଙ୍ଗୀର ୪୩.୬, ଅନୁଗୋଳ ୪୩, ହୀରାକୁଦ ୪୩, ଟିଟିଲାଗଡ ୪୨.୪, ବାରିପଦା ୪୦.୬, ବରଗଡ ୪୧.୬, ବୌଦ୍ଧ ୪୦.୫, ନୟାଗଡ ୪୦ ଏବଂ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।





