ଭୁବନେଶ୍ୱର:ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଭୂମିକା ଉପରେ ବର୍ତ୍ତମାନ ରାଜନୈତିକ ମହଳର ନଜର ରହିଛି। ସେ କ୍ରସ୍ ଭୋଟିଂ କରିବେ କି ନାହିଁ ଏବଂ କଂଗ୍ରେସ ସହ ରହିବେ କିମ୍ବା ଅନ୍ୟ କୌଣସି ଶିବିରକୁ ସମର୍ଥନ କରିବେ—ତାହା ନେଇ ଚର୍ଚ୍ଚା ଜୋରଦାର ହୋଇଛି।ଏପଟେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଭୋଟ ଗଣିତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦଳ ପକ୍ଷରୁ ଭୋଟିଂ ପ୍ରକ୍ରିୟାରେ ପିସିସି ସଭାପତି ଭକ୍ତ ଦାସ ନିଜେ ଏଜେଣ୍ଟ ଭାବେ ରହିବେ ବୋଲି ଜଣାପଡ଼ିଛି।ଏହି ପରିସ୍ଥିତିରେ ବିଧାୟକ ଗମାଙ୍ଗଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ଦୃଷ୍ଟି ରହିଥିବା ବେଳେ, ଆଜି ତାଙ୍କ ଅବସ୍ଥାନ ସ୍ପଷ୍ଟ ହେବ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି।





