ନକଲି ଡାକ୍ତର ରମେଶର ଫିଟିବ ଗୁମର: ଖୋଲିବେ ପ୍ରଥମ ପତ୍ନୀ ଶାନ୍ତିଲତା

ଭୁବନେଶ୍ୱର: ବହୁ ଚର୍ଚିତ ନକଲି ଡାକ୍ତର ରମେଶର ଫିଟିବ ଗୁମର | ଅନେକ ମହିଳାଙ୍କୁ ପ୍ରଲୋଭିତ କରି ବିବାହ କରି ଲୁଟ କରିବା ଘଟଣାରେ ଗିରଫ ରମେଶ ର ଫିଟିବ ଗୁମର | ସବୁ ମିଛ ଉପରୁ ପରଦା ହଟିବ | ଏନେଇ ମହିଳା ଥାନାରେ ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ହାଜର ହୋଇଛନ୍ତି । ପ୍ରଥମ ପତ୍ନୀ ଶାନ୍ତିଲତା ସ୍ୱାଇଁଙ୍କୁ ପଚରାଉଚରା କରୁଛି କମିଶନରେଟ ପୋଲିସ ।

ରମେଶଙ୍କ ଉପରେ ଆହୁରି ତଥ୍ୟ ପାଇଁ ପୋଲିସ ତାଙ୍କୁ ଜେରା କରୁଥିବା ଜଣାପଡିଛି । ପୂର୍ବରୁ ଶାନ୍ତିଲତାଙ୍କୁ ଥାନାରେ ହାଜର ହେବାକୁ ସମନ କରିଥିଲା ପୋଲିସ ।

ସେହିପରି ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଦିନକୁ ଦିନ ଅଧିକ ତଥ୍ୟ ବାହାର କରୁଛି ପୋଲିସ । ପୂର୍ବରୁ ନକଲି ଡାକ୍ତରଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଥିଲା । ଯେଉଁଥିରେ ନକଲି ଡାକ୍ତର କିପରି କାନ୍ଦିକି ଲୋକଙ୍କୁ ଠକୁଥିଲା । ସେପଟେ ଏହି ଘଟଣାରେ ରମେଶ ଙ୍କ ପରିବାର ଲୋକ ତାଙ୍କୁ ସହଯୋଗ କରୁଥିବା ନେଇ ତଥ୍ୟ ମିଳିବା ପରେ ପୋଲିସ ରମେଶ ଙ୍କ ଭଉଣୀଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି |

Related Posts