ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ । ଏବେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ଏବେବି ହସ୍ପିଟାଲର ଆଇସିୟୁରେ ଜୀବନ ଓ ମରଣ ସହ କରୁଛନ୍ତି ସଙ୍ଘର୍ଷ। ଦୀର୍ଘ ଦିନ ହେଲା ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି। ଡାକ୍ତରଙ୍କ ଦେଖାରେଖାରେ ରାଜୁଙ୍କ ଚିକିତ୍ସା ଚାଲଇଛି। ଏହାରି ଭିତରେ ତାଙ୍କ ସ୍ୱାସ୍ଥକୁ ନେଇ ଡାକ୍ତର ତରଫରୁ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

AIIMSର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବିଷୟରେ ସର୍ବଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି। ତାଙ୍କର ଚେତା ଫେରିନି।ଏହା ଜଣେ ରୋଗୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ବିଷୟ, ତେଣୁ ସେ ଏହି ପ୍ରସଙ୍ଗରେ ଅଧିକ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି।

ଡାକ୍ତରଙ୍କ କହିବା ମୁତାବକ, ରାଜୁଙ୍କୁ ଆଇସିୟୁର ନ୍ୟୁରୋକାର୍ଡିଓଲଜି ବିଭାଗର ଭେଣ୍ଟିଲେଟର୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ବ୍ରେନ୍‌ ଡେଡ୍‌ ହୋଇଥିବା ଖବରକୁ ଡାକ୍ତର ଖଣ୍ଡନ କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି। ସେପଟେ ରାଜୁଙ୍କ ଚିକିତ୍ସା ପାଇଁ କୋଲକାତାରୁ ଡକ୍ଟର ଏମ୍‌ବି ପଦ୍ମା ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଡକାଯାଇଛି।

ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

Related Posts