ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): 5t ସଚିବଙ୍କ ଜଳେଶ୍ଵର ଗସ୍ତ ପୂର୍ବରୁ ପୋଲିସ ର ନଜର ବନ୍ଦିରେ କଂଗ୍ରେସ ନେତା ସୁଦର୍ଶନ ଦାସ l ଆଜି ଅପରାହ୍ନ ୪ ଟା ପାଖରୁ ଜଳେଶ୍ଵର ର ନୁଅବଜlର ସ୍ଥିତ ତାଙ୍କ ବାସସ୍ଥାନ ରେ ପୋଲିସ ଜଗିରହିଛି l ପୋଲିସ ଏସଡିପିଓ ଦିଲ୍ଲୀପ ସାହୁ, ଜଳେଶ୍ୱର ଥାନା ଅଧିକାରୀ ରୋଜlଲିନୀ ବେହେରା ଙ୍କ ସହିତ ଅନେକ ପୋଲିସ ଅଧିକାରୀ ଶ୍ରୀ ଦାସ ଙ୍କୁ ବସ୍ତୁତ୍ଵ ନଜର ବନ୍ଦୀ ରେ ରଖିଛନ୍ତି l
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି 5t ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଏକ ମାନବ ଶୃଙ୍ଖଳ ଆୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି l ଆମ୍ୱଲିଅଠା ବାଇପାସ ଠାରୁ ନୁଅବଜlର ଛକ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ କଂଗ୍ରେସ ଘୋଷଣା କରିଛି l
ସଚିବ କେଉଁ ବୈଧାନିକ ପଦବୀ ରେ ଜଳେଶ୍ଵର ଆସୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ସେ ମନ୍ତ୍ରୀଙ୍କ ତଳେ ନା ମନ୍ତ୍ରୀ ତାଙ୍କ ତଳେ ବୋଲି କଂଗ୍ରେସ ନେତା ଶ୍ରୀ ଦାସ ଆଗରୁ ପ୍ରଶ୍ନ କରିଥିଲେ l କଂଗ୍ରେସ ର ଏହି ପ୍ରତିବାଦ କୁ ଭଣ୍ଡୁର କରିବା ପାଇଁ ପୋଲିସ ଆଜି ଶ୍ରୀ ଦାସ ଙ୍କୁ ନଜର ବନ୍ଦୀ ରେ ରଖି ଛନ୍ତି l





