ବିରୋଧୀଙ୍କୁ ଭୟ, କାପୁରୁଷ ଭାବେ ପାଳୟନପନ୍ଥି ସାଜିଲେ ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ତେଣୁ ଏବେ କାପୁରୁଷ ଭାବେ ପାଳୟନପନ୍ଥି ସାଜିଛନ୍ତି। ସରକାର ୪୦ ଦିନ ପାଇଁ ଅଧିବେଶନ ଡାକିଥିବାବେଳେ ସେଥିରୁ ଶୁନ କାଟି ୪ ଦିନରେ ଅଧିବେଶନ ସରି ଦେଇଛନ୍ତି। ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିବାରୁ ଜାଣିଶୁଣି ଗୃହକୁ ମଲତବୀ କରାଯାଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା ବୋଲି ନରସିଂହ କହିଛନ୍ତି । କିନ୍ତୁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

Related Posts