ଦିଲ୍ଲୀ ଏମ୍‌ସ୍‌ ରେ ଅଗ୍ନିକାଣ୍ଡ; ନିରାପଦରେ ସ୍ଥାନାନ୍ତରିତ ହେଲେ ସମସ୍ତ ରୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଛି। ଏମ୍ସର ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକାରୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀ କାଳୀନ ବିଭାଗ ରହିଛି। ଏହା ପାଖରେ ଓପିଡି ମଧ୍ୟ ରହିଛି। ଏଥିପାଇଁ ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଛି କି ଅନ୍ୟ କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ଦିନ ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ଦିଲ୍ଲୀ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି।

Related Posts