ଅଗ୍ନିପଥ ବିବାଦ; ଜନ୍ତରମନ୍ତରରେ ସତ୍ୟାଗ୍ରହ କରିବେ କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦିନକୁ ଦିନ ଏହି ପ୍ରତିବାଦ ଉଗ୍ର ରୂପ ନେଉଥିବାବେଳେ କଂଗ୍ରେସ ମଧ୍ୟ ବିରୋଧର ସ୍ୱର ଉଠାଇଥିବାର ଦେଖିବାକୁ ମିଳିଛି । ତେବେ ମୋଦି ସରକାରଙ୍କୁ ଘେରିବାକୁ ଯାଇ କଂଗ୍ରେସ ଏମପି ଓ ବିଧାୟକମାନେ ରବିବାର ପୂର୍ବାହ୍ନ ୧୦ଟାରେ ଜନ୍ତର ମନ୍ତରଠାରେ ଏକ ସତ୍ୟାଗ୍ରହର ଆୟୋଜନ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଯେଉଁଥିରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କ ସହ ଏକତା ପ୍ରଦର୍ଶନ କରାଯିବ । ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ରାସ୍ତାରେ ଓହ୍ଲାଇଛନ୍ତି । ଫଳରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts