ଅଗ୍ନିପଥ ଯୋଜନାକୁ ବିରୋଧ: ବିଜେପି ବିଧାୟକ ଅରୁଣା ଦେବୀଙ୍କ ଗାଡି ଉପରକୁ ପଥର ମାଡ଼, ବିଧାୟକଙ୍କ ସମେତ ପାଞ୍ଚ ଜଣ ଆହତ

ପାଟନା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଜୋର ଧରିଛି ପ୍ରତିବାଦ । କିଛି ରାଜନୈତିକ ଦଳ ଓ ଯୁବ ସଙ୍ଗଠନ ଏହି ଯୋଜନାକୁ ତିବ୍ର ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିକି ବିକ୍ଷୋଭକାରୀମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲଗାଇଦେଇଛନ୍ତି। ଅନେକ ରେଲୱେ ଷ୍ଟେଶନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭକାରୀମାନେ ବିଜେପି ବିଧାୟକ ଅରୁଣା ଦେବୀଙ୍କ ଗାଡିରେ ପଥର ଫିଙ୍ଗିଛନ୍ତି। ଏଥିରେ ବିଧାୟକଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ। ଏହାକୁ ବିରୋଧ କରି ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି। ବଭୁଆ- ପାଟନା ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଟ୍ରେନ ସେବା ପୂରାପୁରି ବାଧାପ୍ରାପ୍ତ ହୋଇଛି ।

Related Posts