ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ: ଗଞ୍ଜେଇ ଚୋରାଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ପରେ ଉତ୍ତ୍ୟକ୍ତ ଲୋକ ଥାନା ଜାଳି ଦେଇଛନ୍ତି । ରାସ୍ତା ଅବରୋଧ ପରେ ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ ସହ SDPO ଓ ଅନ୍ୟ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି ଉତ୍ୟକ୍ତ ଲୋକ। ଫିରିଙ୍ଗିଆ ଥାନା ଆଇଆଇସି ଓ ୨ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାକ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାସିରି ପଡ଼l ଛକ ନିକଟରେ ସ୍ଥାନୀୟ ଗ୍ରାମବାସୀ ଗଞ୍ଜେଇ ସହ ଗାଡ଼ିକୁ ଧରିଥିଲେ l ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିଟି କୁଆଡେ ଫିରିଙ୍ଗିଆ ଥାନାର ବୋଲି ଜଣା ପଡ଼ିଥିଲା l ଏହି ଘଟଣା ପରେ ଫିରିଙ୍ଗିଆ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଞ୍ଜେଇ ମାଫିଆଙ୍କ ସହ ଫିରିଙ୍ଗିଆ ଥାନାର କିଛି ପୋଲିସ କର୍ମଚାରୀଙ୍କ ସଂପୃକ୍ତି ରହିଛି ବୋଲି ଲୋକେ ସନ୍ଦେହ କରି ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଜାଳି ଦେଇଥିବା ସୂଚନା ମିଳିଛି ।

ସେପଟେ ପୋଲିସ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ମାଫିଆମାନଙ୍କୁ ସାବାଡ କରି ଜେଲକୁ ପଠାଉଥିବାରୁ ମାଫିଆମାନେ ପୋଲିସ ବିରୁଦ୍ଧରେ ଏଭଳି ମେଳି ବାନ୍ଧି ପୋଲିସକୁ ଅଯଥା ବଦନାମ କରୁଥିବା କୁହାଯାଇଛି । ତେବେ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

Related Posts