ବନ୍ୟା ଭୟ: ରାଜ୍ୟର 12 ଜିଲ୍ଲା ପ୍ରଭାବିତ

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା । ଫଳରେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ବନ୍ୟା ଆଶଙ୍କା ମଧ୍ୟରେ ରାଜ୍ୟର 12 ଜିଲ୍ଲା ପ୍ରଭାବିତ ହୋଇଛି । ରାଜ୍ୟର 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 64 ବ୍ଲକର 1757 ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି ।

ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମୁଛି, ସଜାଗ ରହିବାକୁ ରହିଛି ପରାମର୍ଶଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ଏହାରି ବନ୍ୟାସ୍ଥିତିକୁ ନେଇ ପ୍ରେସ୍‌ମିଟ୍‌ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । କଟକ ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମିବାରେ ଲାଗିଛ । ବୁଧବାର ରାତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପିକ୍‌ ଫ୍ଲୋ’ ଧୀରେଧୀରେ କମିବାରେ ଲାଗିଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହଛନ୍ତି, “ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ୬୭ ହଜାର ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟେର ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।”

Related Posts