ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଲଗାଣ ବର୍ଷା ପରେ ଏବେ ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ବନ୍ୟା ସ୍ଥିତି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ। ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୮.୪୫ ମିଟର । ବନ୍ୟା ସ୍ଥିତି ମୁକାବିଲା ଲାଗି NDRF ଟିମ୍ ମୁତୟନ ରହିଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଛି । ଧୂସୁରି , ଅସୁରାଳି , କସିମପୁର , ହାସ୍ନାବାଦ , ପଙ୍ଗଟା , ଫଳପୁର ଆଦି ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି ।
ସେପଟେ ବନ୍ୟା ପାଇଁ ଜିଲ୍ଲାର ୪ ବ୍ଲକରେ ସମସ୍ତ ସ୍କୁଲ ବନ୍ଦ ଘୋଷଣା । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ସ୍କୁଲ ଖୋଲା ରହିବ ବୋଲି ସୂଚନା ମିଳିଛି ।





