ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଆଜି ସଂଧ୍ୟାରେ ପିକ୍ ଫ୍ଲଡ୍ ହେବା ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର । ଏସଆରସି କହିଛନ୍ତି ଯେ, ହୀରାକୁଦରେ ଲଗାତାର ଜଳସ୍ତର ବଢୁଛି । ଅପରାହ୍ନ ୩ଟା ବେଳେ ଡ୍ୟାମର କେତୋଟି ଗେଟ୍ ଖୋଲାଯିବ ଏବଂ କେତେ ପାଣି ନିସ୍କାସିତ ହେବ ସେନେଇ ନିସ୍ପତ୍ତି ନିଆଯିବ । ପ୍ରେସମିଟ୍ ଜରିଆରେ ଏସଆରସି ଆହୁରି ମଧ୍ୟ କହିଛନ୍ତି କି ପ୍ରଥମ ବନ୍ୟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରହିବ । କାରଣ ଆସନ୍ତା ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଏହା ସହିତ ନଦୀକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି । ଯେହେତୁ ବନ୍ୟା ସ୍ଥିତି ଉପୁଜିବାର ଆଶଂକା ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳ ଓ ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।





