ପ୍ରଥମଥର କରି ବିଏମସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମଥର କରି ବିଏମସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳ । ଥିପାଇଁ ଏହି ଅଞ୍ଚଳ ଭୋଟରମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଏହି ନୂଆ ଅଞ୍ଚଳରେ ପାଖାପାଖି ୫ହଜାର ଭୋଟର ରହୁଥିବା କାରଣରୁ ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳ ନିଜନିଜ ପ୍ରାର୍ଥୀଙ୍କୁ ଏହି ଅଞ୍ଚଳରୁ ମନୋନୀତ କରିଛନ୍ତି ।

୨ ନମ୍ୱର ୱାର୍ଡ ପାଇଁ ମନୋନୀତ ହୋଇଥିବା ବିଜେଡି ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ମୋନାଲିଶା ବେହେରା, ଆଜି ତାଙ୍କ ସମର୍ଥକଙ୍କ ସହିତ ଶହଶହ କର୍ମୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରିଥିଲେ । କଳାରାହାଙ୍ଗ, ଶିଖରଚଣ୍ଡୀ ଓ ନନ୍ଦନବିହାର ଅଂଚଳରେ ବୁଲାବୁଲି କରି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହି ଭଳି ବିଜେପି ଦଳୀୟ ପ୍ରାର୍ଥୀ ଭାବେ ରୁତୁପୂର୍ଣ୍ଣା ଭୋଇ ଏହି ଅଞ୍ଚଳରୁ ପ୍ରଥମ ଥର ମନୋନୀତ ହୋଇ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

Related Posts