ଆଇଏଏସ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର, ଷ୍ଟାଡିୟମରେ ପୋଷା କୁକୁର ବୁଲାଇ ହୋଇଥିଲେ ବିବାଦୀୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ଆଇଏଏସ୍ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଦୁଗାଙ୍କ କ୍ୟାରିୟର ରେକର୍ଡକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଗତ ବର୍ଷ ରିଙ୍କୁ ଦୁଗା ଓ ତାଙ୍କ ଆଇଏଏସ୍ ସ୍ୱାମୀ ସଞ୍ଜୀବ ଖୀରୱାର ଷ୍ଟାଡିୟମରେ ତାଙ୍କର ପୋଷା କୁକୁରକୁ ବୁଲାଇ ବିବାଦକୁ ଆସିଥିଲେ |

2022 ମସିହା ମେ ମାସରେ ଏହି ଆଇଏଏସ ଦମ୍ପତି ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ କୁ ତାଙ୍କ ପୋଷା କୁକୁରକୁ ବୁଲିବାକୁ ନେଇଥିଲେ | ଏହି ସମୟରେ ସେଠାରେ ଅଭ୍ୟାସ କରୁଥିବା ଖେଳାଳି ମାନଙ୍କୁ ଷ୍ଟାଡିୟମରୁ ବାହାର କରାଯାଇଥିବାର ଅଭିଯୋଗ ଆସିଥିଲା | ଆଉ ସିସିଟିଭି ଫୁଟେଜ ଆଧାରରେ ଏହା ସତ୍ୟ ପ୍ରମାଣିତ ହୋଇଥିଲା | ଏହାପରେ ଦୁଗାଙ୍କୁ ଦିଲ୍ଲୀରୁ ଅରୁଣାଚଳ ପ୍ରଦେଶ ଓ ତାଙ୍କ ସ୍ୱାମୀ ସଞ୍ଜୀବ ଖୀରୱାରଙ୍କୁ ଲଦାଖ ବଦଳି କରିଥିଲେ ସରକାର |

ଆଉ ଏବେ ଏହି ବିବାଦୀୟ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର | ଦୁଗାଙ୍କ ଟ୍ରାକ୍ ରେକର୍ଡକୁ ଆଧାର କରି ଅବସର ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ତାଙ୍କୁ ମୌଳିକ ନିୟମ(Fundamental Rules) 56(j) ଓ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ସିସିଏସ୍) ପେନ୍ସନ୍ ନିୟମର ନିୟମ 48, 1972 ଅନୁଯାୟୀ ଅବସର ଦିଆଯାଇଛି।

Related Posts