ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ପୁରୀ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ କରିବା ଦିଗରେ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବାକୁ ସରକାର ଅନୁମୋଦନ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





