ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ୱର,8/1 (ସତ୍ୟପାଠ ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଆଜି ବଳଭଦ୍ର ଇସ୍ତଫା ଦେଇଛନ୍ତି। ଦଳ ସଭାପତିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ଇସ୍ତଫା ଦେଇଥିବା କହିଛନ୍ତି।

ତେବେ ବଳଭଦ୍ର ମାଝୀ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନର୍ଲାରୁ ୪ ଥର ଏବଂ ଲାଞ୍ଜିଗଡ଼ରୁ ଥରେ ବିଜୟୀ ହୋଇଥିଲେ ବଳଭଦ୍ର। ପ୍ରଥମେ ୧୯୯୦ ମସିହାରେ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ଲାଗି ମଧ୍ୟ ସେ ଜନତା ଦଳରୁ ଲଢ଼ି ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ୨୦୦୦ ମସିହାରେ ସେ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମଧ୍ୟ ସେ ନର୍ଲା ଆସନରୁ ଜିତି ବିଧାୟକ ରହିଥିଲେ। ୨୦୧୪ ମସିହାରେ ସେ ଲାଞ୍ଜିଗଡ଼ରୁ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ପ୍ରଥମ ଏବଂ ଦ୍ୱିତୀୟ ସରକାରରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନ ପରଠୁ ସେ ଦଳରେ ଏକପ୍ରକାର କଣଠେସା ହୋଇଯାଇଥିଲେ | ଆଉ ଶେଷରେ ୨୦୨୪ ନିର୍ବାଚନ ପୂର୍ବରୁ ଏବେ ସେ ଦଳ ଛାଡିଛନ୍ତି | ତେବେ ଆଗକୁ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି |

Related Posts