ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ

ଭୁବନେଶ୍ୱର,୯/୪(ସତ୍ୟପାଠ ବ୍ୟୁରୋ):  କେନ୍ଦୁଝର ସଦରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କର ବହୁ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜିଲା ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ, ଜିଲା ଆଦିବାସୀ ସେଲ ସଭାପତି ବିନୋଦ ବିହାରୀ ଆଦି ଉପସ୍ଥିତ ଥିଲେ।

ସୁବର୍ଣ୍ଣ ନାୟକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ବିଧାୟକ ଥିଲେ। ତେବେ ଦୀର୍ଘ ବର୍ଷ ଅପେକ୍ଷା ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି। ଭାଜପା ଓ ବିଜେଡି ପକ୍ଷରୁ ଆଦିବାସୀଙ୍କ ପ୍ରତି କରାଯାଉଥିବା ଅବହେଳାକୁ ନେଇ ଲୋକଙ୍କ ପାଖକୁ ଯିବେ। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜିଲାର ବିକାଶରେ ଲଢ଼େଇ ଜୋରଦାର କରିବେ ବୋଲି କହିଛନ୍ତି।

Related Posts