ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇର ପୂର୍ବତନ ପୋଲିସ ମୁଖ୍ୟ ସଞ୍ଜୟ ପାଣ୍ଡେଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ତେବେ ତାଙ୍କୁ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର କର୍ମଚାରୀ ମାନଙ୍କ ଫୋନ୍ ଟ୍ୟପ୍ କରିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସଞ୍ଜୟ ଙ୍କୁ ଗତ ଜୁଲାଇ ୧୪ ତାରିଖରୁ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକ୍ରିଷ୍ଣା ଓ ରବି ନରାଇନଙ୍କ ସହ ପଚରାଉଚରା କରାଯାଉଥିଲା। ଏହାପରେ ତାଙ୍କୁ ଗୁରୁବାର ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।
ସଞ୍ଜୟଙ୍କ ନାମରେ ଅଭିଯୋଗ ଅଛି ଯେ ସେ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା କୋଆଲେସନ ସ୍କାମ ସମୟରେ ଷ୍ଟକ୍ ଏକ୍ସଚେଞ୍ଜର କର୍ମଚାରୀ ମାନଙ୍କ ଫୋନ୍ କୁ ଟ୍ୟପ୍ କରୁଥିଲେ। ତେବେ ଏହି ସ୍କାମରେ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ଟ୍ରେଡିଂ ପ୍ଲାଟଫର୍ମ ରେ ମାର୍କେଟ ଖୋଲିବା ପୂର୍ବରୁ କିଛି ବ୍ରୋକରଙ୍କୁ ଟ୍ରେଡିଂ ପାଇଁ ଅନୁମତି ଦିଆଯାଉଥିଲା। ଏନେଇ ପ୍ରଥମ ଏଫାଇଆର୍ ୨୦୧୮ ମସିହାରେ ହୋଇଥିବା ଜଣାପଡିଛି।
ଚିତ୍ରା ରାମକ୍ରିଷ୍ଣା ଏହି ମାମଲାରେ ସୋମବାର ଠାରୁ ଗିରଫ ହୋଇ ବର୍ତ୍ତମାନ ୪ ଦିନିଆ ରିମାଣ୍ଡରେ ଥିବାବେଳେ ଏବେ ସଞ୍ଜୟଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି। ତାଙ୍କୁ ଏହି ମାମଲାରେ ଗତ ୫ଦିନ ହେବ ଲଗାତାର ଜେରା କରାଯାଉଛି। ସୂଚନା ଅନୁସାରେ ସଞ୍ଜୟ ଗତ ଜୁନ୍ ୩୦ ତାରିଖରେ ମୁମ୍ବାଇ ପୁଲିସ ମୁଖ୍ୟ ପଦରୁ ଅବସର ନେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ ସଞ୍ଜୟଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଥିବାରୁ ତାଙ୍କୁ ଗିରଫ କରାଯାଇଛି।





