ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ଅସୁସ୍ଥ । ସେପଟେ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଏକ ଘଣ୍ଟା ପରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରିବାର ଲୋକେ ଏପରି ସ୍ପଷ୍ଟୀକରଣ ଦେଇକହିଛନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତି ଭେଣ୍ଟିଲେଟରରେ ନାହାଁନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଜଟିଳତା ହେତୁ ଗତ ୩ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସବିଶେଷ ତଥ୍ୟ ପ୍ରଦାନ କରି ତାଙ୍କ ପରିବାର ବାର୍ତ୍ତାରେ କହିଛନ୍ତି ଯେ ସେ ଏକ କଷ୍ଟସାଧ୍ୟ ପର୍ୟ୍ୟାୟ ଦେଇ ଗତି କରୁଛନ୍ତି । ଯେଉଁଠାରେ ପୁନରୁଦ୍ଧାର ସମ୍ଭବ ନୁହେଁ ଏବଂ ଅଙ୍ଗଗୁଡ଼ିକ ତ୍ରୁଟିପୂର୍ଣ୍ଣ ଅଟେ। ବର୍ତ୍ତମାନ ସୁଦ୍ଧା, ତାଙ୍କ ପରିବାର ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିନାହାଁନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





