ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ଜୁଲଫିକର ଖାନ ନିଖୋଜ: ସାହାଯ୍ୟ ମାଗିଲେ ପରିବାର

ମୁମ୍ଵାଇ: ନିଖୋଜ ହୋଇଯାଇଛନ୍ତି ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍‌ ଜୁଲଫିକର ଖାନ । ୨୧ ଜୁଲାଇ ୨୦୨୨ରୁ କେନିଆରେ ସେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ ଜୁଲଫିକରଙ୍କୁ ୪୮ ବର୍ଷ। ଯିଏକି ମୁମ୍ଵାଇ ରୁ ଆସିଥିଲେ। ନିଖୋଜ ହେବା ପରଠାରୁ ଜୁଲଫିକରଙ୍କୁ ତାଙ୍କ ପରିବାର ଖୋଜିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ପ୍ରକାରର ସୂଚନା ମିଳିନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜୁଲଫିକର ଖାନଙ୍କ ବନ୍ଧୁମାନେ ଅନଲାଇନ୍‌ରେ #BringZulfiBack ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଜୁଲଫିକର ଖାନ ଚଳିତ ବର୍ଷ ମେ ମାସରେ ବାଲାଜୀ ଟେଲିଫିଲ୍ମର COO ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇରେ ସେ କେନିଆକୁ ଛୁଟି କାଟିବା ପାଇଁ ଯାଇଥିଲେ ଏବଂ ଜୁଲାଇ ୨୪ରେ ସେଠାରୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ସେ ଜୁଲାଇ ୨୧ଠାରୁ କୌଣସି ପ୍ରକାରର ସମ୍ପର୍କରେ ନାହାନ୍ତି। ତାଙ୍କ ବିଷୟରେ କିଛି ଖବର ମଧ୍ୟ ମିଳି ନାହିଁ । ଜୁଲଫିକରଙ୍କ ପରିବାର ସଦସ୍ୟମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନିଆର ଭାରତୀୟ ଉଚ୍ଚ ଆୟୋଗଙ୍କୁ ଚିଠି ଲେଖିଛନ୍ତି କି ଜୁଲଫିକରଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତୁ।

ବର୍ତ୍ତମାନ ଏହି ଘଟଣାକୁ ୮୦ ଦିନ ହେଲା ବିତିଗଲାଣି । ହେଲେ କୌଣସି ପ୍ରକାରର ସୂଚନା ମିଳି ପାରି ନାହିଁ । କହିବାକୁ ଗଲ ଜୁଲଫିକର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଷ୍ଟାର୍ ଇଣ୍ଡିଆ, ପରେ ତାଙ୍କୁ ବିଜ୍ଞାପନ ବିକ୍ରୟର ବରିଷ୍ଠ ଭାଇସ୍‌ପ୍ରେସିଡେଣ୍ଟ ଭାବରେ ପଦୋନ୍ନତି ହୋଇଥିଲା । ପରେ ସେ ଷ୍ଟାର୍ ପ୍ଲସ୍, ଷ୍ଟାର୍ ଗୋଲ୍ଡ, ଷ୍ଟାର୍ ସ୍ପୋର୍ଟସ୍, ନ୍ୟାସନାଲ୍ ଜିଓଗ୍ରାଫିକ୍ ଏବଂ ଚ୍ୟାନେଲ୍ ଭି ପରି ଷ୍ଟାର୍ ଇଣ୍ଡିଆ ଚ୍ୟାନେଲଗୁଡିକର ତଦାରଖ କରିଥିଲେ ।

Related Posts