ବିହାରରେ ୬ଜଣଙ୍କ ରହସ୍ୟମୟ ମୃତ୍ୟୁ: ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ କଲେ ପରିବାର ଲୋକେ

ପାଟନା(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ବିହାରରେ ମଦମୃତୁ୍ୟ ମାମଲା ବଢ଼ିବାରେ ଲାଗିଛି । ଏନେଇ ରାଜନୀତି ମଧ୍ୟ ବେଶ ସରଗରମ ହେବାରେ ଲାଗିଛି । ଏହାକୁ ନେି ଚିରାଗ ପାସୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ବୋଲି ଦାବି କରିଆସୁଛନ୍ତି । ଏହା ମଧ୍ୟରେ ବିହାରର ବକ୍ସର ଜିଲ୍ଲାର ଅମସାରୀ ଗ୍ରାମରେ ରହସ୍ୟଜନକ ଭାବେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାର କଥା ସାମ୍ନାକୁ ଆସିଛି । ନେଇ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଯାଂଚ ଆରମ୍ଭ କରିଛି । ହେଲେ ଦ ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିହାରରେ ନିତୀଶ ସରକାର ମଦ ବିକ୍ରି ଉପରେ ବ୍ୟାନ ଲଗାଇଛନ୍ତି ।

ହେଲେ ଏହା କେବଳ ଆଇନ ବହିରେ ଲିପିବଦ୍ଧ ହୋଇଛି ସିନା ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଦେଶରେ ସବୁଠାରୁ ଅଧିକ ମଦମୃତ୍ୟୁ ବିହାରରେ ଘଟୁଛି । ନିତୀଶ ସରକାର ସମୟରେ ବିହାରରେ ମଦମୃତ୍ୟୁ ରେକର୍ଡ ଛୁଇଁଛି । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ ବି ସାରଣ ଜିଲ୍ଲାରେ ବିଷାକ୍ତ ମଦପିଇ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ମୁଜଫରପୁର ଓ ସମସ୍ତିପୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

Related Posts