ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି।
ବାଲେଶ୍ବର ଜିଲ୍ଲାରେ ୨୭.୮୪ ପ୍ରତିଶତ, ଭଦ୍ରକରେ ୧୯.୪୬ ପ୍ରତିଶତ, କଟକରେ ୨୭.୫୪ ପ୍ରତିଶତ, ଜଗତସିଂହପୁରରେ ୨୧.୭୬ ପ୍ରତିଶତ, ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡାରେ ୨୨.୩୯ ପ୍ରତିଶତ, ମୟୂରଭଞ୍ଜରେ ୨୨.୪୬ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୨୩.୭୦ ପ୍ରତିଶତ ମତଦାନ ହେଇଛି।





