ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟାତ ହେବ ସହଜ। ଆଉ ରହିବନି ଡଙ୍ଗାର ଭୟ କି ଝୁଲା ପୋଲର ଭୟ। ଏଣିକି କଂକ୍ରିଟ ସେତୁ ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ ।
ରାଜ୍ୟ ସରକାର ମହାନଦୀ ଉପରେ ନିର୍ମାଣ କରିଛନ୍ତି ସୁ ଉଚ୍ଚ ବିଜୁ ସେତୁ। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜିଠାରୁ କଂକ୍ରିଟ ପୋଲ ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅସ୍ଥାୟୀ ରାସ୍ତା ଧୋଇ ଯିବା କାରଣରୁ ଧବଳେଶ୍ଵରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ।
ଏହି ଶ୍ରାବଣ ମାସରେ କାଉଡ଼ିଆ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଭାବକୁ ଆଖି ଆଗରେ ରଖି ଏହି ସେତୁ ଉପରେ ଯାତାୟାତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।





