ଶେଷ ହେଲା ଜି-୨୦ ସମ୍ମିଳନୀ; ପରବର୍ତ୍ତୀ ଜି-୨୦ର ଅଧ୍ୟକ୍ଷତା କରିବ ବ୍ରାଜିଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି୨୦ ସମ୍ମିଳନୀ ଶେଷ ହୋଇଛି । ଜି୨୦ ସମ୍ମିଳନୀ ଶେଷ ହେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ପରବର୍ତ୍ତୀ ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ । ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାବର୍ଷ ଅଧ୍ୟକ୍ଷତା କରିବାକୁ ଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲ୍ଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ଗଛ ଚରା ପ୍ରଦାନ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲଭାଙ୍କୁ ଆଗାମୀ ଜି୨୦ ଅଧ୍ୟକ୍ଷତା ଭାର ହସ୍ତାନ୍ତର କରିଥିଲେ । ସେ ଲୁଲାଙ୍କୁ ଜି୨୦ ଅଧ୍ୟକ୍ଷତାର ବଟନ ଭାରତ ମଣ୍ଡପମରେ ଦେଇଥିଲେ । ଏହି ଅବସୀରେ ମୋଦି କହିଥିଲେ, ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଶୁଭକାମନା ଜଣାଉଛି, ଏବଂ ଆଗାମୀ ଜି୨୦ ଅଧ୍ୟକ୍ଷତା ସମର୍ପଣ କରୁଛି ।

ଜି ୨୦ ସମ୍ମିଳନୀ ବୈଠକ ସରିବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ ପରେ ମିଟିଂ କରିବେ । ଏହାପରେ ମୋଦି କାନାଡା ପ୍ରଧାନମନ୍ତ୍ରୀଙ୍କ ସହିତ ଆଉ ଏକ ବୈଠକ କରିବେ । ଏହାପରେ ତୁର୍କୀ, ୟୁଏଇ, ଦକ୍ଷିଣ କେରିଆ, ବ୍ରାଜିଲ ଏବଂ ନାଇଜେରିଆ ରାଷ୍ଟ୍ରାଧ୍ୟକ୍ଷଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ ।

Related Posts