ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୭ ଦିନିଆ ରିମାଣ୍ଡରେ ଗଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ରିମାଣ୍ଡରେ ନେବା ଲାଗି ଆଜି ପଞ୍ଜାବର ମାନସା ଜିଲ୍ଲାସ୍ଥିତ ଏକ ଅଦାଲତ ପୁଲିସକୁ ଅନୁମତି ଦେଇଛନ୍ତି। ବିଷ୍ଣୋଇ ହେଉଛନ୍ତି ସିଦ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କଡ଼ା ସୁରକ୍ଷା ମଧ୍ୟରେ ବିଷ୍ଣୋଇଙ୍କୁ ବୁଧବାର ଭୋରୁ ପ୍ରାୟ ପ୍ରାୟ ୪ଟା ବେଳେ ଡିୟୁଟି ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା।
ରିମାଣ୍ଡ୍ ଆଦେଶ ପାଇବା ପରେ ପଞ୍ଜାବ ପୁଲିସ ବିଷ୍ଣୋଇଙ୍କୁ ଖରାରର ସିଆଇଏ ଷ୍ଟାଫ ଅଫିସକୁ ନେଇଛି। ସେଠାରେ ତାଙ୍କୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବ। ଲରେନ୍ସକୁ ଉଭୟ ଏସଆଇଟି ଏବଂ ଏଜିଟିଏଫ ଜେରା କରିପାରେ। ପୂର୍ବରୁ ସୁରକ୍ଷାକୁ ନେଇ ତାଙ୍କ ଓକିଲ ଆପତ୍ତି ଉଠାଇଥିଲେ। ହେଲେ ଲରେନ୍ସଙ୍କ ସୁରକ୍ଷା ବ୍ୟବସ୍ଥାରା କୌଣସି ହେଳା କରାଯାଇ ନାହିଁ ପୁଲିସ କୋର୍ଟକୁ କହିଥିଲା। ସୂଚନାଯୋଗ୍ୟ, ଗ୍ୟାଙ୍ଗ୍ଷ୍ଟର୍ ବିଷ୍ଣୋଇଙ୍କୁ ଜେରା ପାଇଁ ରାଜ୍ୟକୁ ନେବା ପାଇଁ ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ପଞ୍ଜାବ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ।





