ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ । ତେବେ ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ପ୍ରାୟ ୫ କୋଟି ସରକାରୀ ଅର୍ଥ ହେରଫେର ମାମଲାରେ ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ରଜତ ରାଉତରାୟଙ୍କୁ ଭିଲିଲାନ୍ସ ଗିରଫ କରିଛି । ରଜତଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ରାଜସ୍ବ ହରିଲୁଟ୍ ଅଭିଯୋଗ ହୋଇଛି ।
ରଜତ ସହ ପ୍ରାୟ ୨୦ ତହସିଲ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗରେ ଦର୍ଶାଯାଇଛି । ସେପଟେ ରଜତ ପୂର୍ବରୁ ଚାକିରୀରୁ ବହିଷ୍କୃତ ହୋଇସାରିଛନ୍ତି । ମାମଲାରେ ପୂର୍ବତନ ତହସିଲଦାରଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ରହିଛି । କିଛି ଅଭିଯୁକ୍ତ ଆଗୁଆ ଜାମିନ୍ ପାଇସାରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚ ହୋଇ ଉଠିଛି ।





