ଭୁବନେଶ୍ୱର ଏୟାରପୋର୍ଟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ, ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଆଜି ଜନ୍ମମାଟି ସତ୍ୟବାଦୀ ଅଳୁଗମ୍‌ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ। ବିମାନବନ୍ଦରରେ ଅମର ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ଏହି ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହା ପରେ ଦେବାଶିଷଙ୍କ ପତ୍ନୀ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ।

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ଏକ ସେନା ଟ୍ରକ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଫଳରେ ୫ଜଣ ଯବାନ ସହିତ ହୋଇଥିବା ଘଟଣା ସମଗ୍ର ଦେଶ ମଧ୍ୟରେ ଶୋକାକୁଳ ବାତାବରଣ ଖେଳିଯାଇଛି । ଏଥିରେ ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚାୟତର ଅଳୁଗମ୍‌ ଖଣ୍ଡାୟତ ସାହିର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଥିଲେ। ଆଜି ଜନ୍ମମାଟି ବୀର ଅମର ଯବାନ ଦେବାଶିଷଙ୍କ ଶେଷକୃତ୍ୟ କରାଯିବ। ଖଣ୍ଡାୟତସାହି ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Related Posts