ହରିୟାଣା ଫଳାଫଳ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ

ଭୁବନେଶ୍ୱର,୮/୧୦(ସତ୍ୟପାଠ ବ୍ୟୁରୋ): ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ କଂଗ୍ରେସ ଆଗୁଆ ରହିଛି। ଜୁଲାନା ଆସନରୁ କଂଗ୍ରେସ ପ୍ରାର୍ଥୀ ଷ୍ଟାର୍ ଆଥଲେଟ୍ ଭିନେଶ ଫୋଗାଟ ଆଗୁଆ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ସେ ଭାରତ ଫେରିଥିଲେ। ଏହାପରେ ସେ କୁସ୍ତି ମୈଦାନରୁ ରାଜନୀତି ମୈଦାନକୁ ଏଣ୍ଟ୍ରି ମାରିଥିଲେ। ଏହାପରେ କଂଗ୍ରେସ ତାଙ୍କୁ ଜୁଲାନାରୁ ପ୍ରାର୍ଥୀ କରିଥିଲା। ସେହିପରି ହରିୟାଣା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାୟବ ସିଂହ ସୈନି ପଛୁଆ ଅଛନ୍ତି। ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ହିସାରରୁ, ସ୍ୱାଧୀନ ପ୍ରାର୍ଥୀ ରାଜେଶ ଜୁନ୍ ବାହାଦୂରଗଡରୁ ଆଗୁଆ ଅଛନ୍ତି। ବଦଲି ଆସନରୁ ବିଜେପିର ଓପି ଧନଖଡ଼, କଂଗ୍ରେସର ରଘୁବୀର କାଦନ ବେରୀରୁ ଆଗୁଆ ଅଛନ୍ତି। ଯମୁନନଗରରୁ ବିଜେପିର ରମଣ ତ୍ୟାଗି ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରାକେଶ କାମ୍ବୋଜ ଇନ୍ଦ୍ରିରୁ ଆଗୁଆ ଅଛନ୍ତି। କଂଗ୍ରେସର ମନଦୀପ ସିଂ ପେହୋୱା ଏବଂ ବିଜେପିର ପ୍ରମୋଦ ବିଜୟ ପାନିପାତ ସିଟିରୁ ଆଗୁଆ ଅଛନ୍ତି।

ହରିୟାଣା ବିଧାନସଭାର ସମସ୍ତ ୯୦ଟି ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି। କଂଗ୍ରେସ + ୭୧ ଟି ଆସନରେ ଆଗରେ ରହିଛି। ବିଜେପି + ୧୫ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୪ଟି ସିଟରେ ଆଗରେ ଅଛନ୍ତି।

Related Posts