ଏଏସଓ ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ: ଜବାବ ଦାଖଲ ପାଇଁ ଓପିଏସସିକୁ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ । ପୂର୍ବରୁ ଦେଇଥିବା ରାୟର ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରବାକୁ କୋର୍ଟରେ ଆବେଦନ କରିଥିଲେ ଆଶାୟୀ । କିନ୍ତୁ କୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇନଥିଲେ । ଏନେଇ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ ହାଇକୋର୍ଟ । ଏହି ରାୟର ପୁର୍ନବିଚାର କରିବାକୁ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ । ମାମଲାର ଗ୍ରହଣ କରିବା ସହ ଶୁଣାଣି ପାଇଁ ଦୁଇ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଏହି ଆବେଦନ ଉପରେ ଶୁଣାଣି ହେବ ।

ଉଲ୍ଲେଖେଯୋଗ୍ୟ ଯେ, ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ୨୦୧୬ର ରୁଲ୍ସ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇେକାର୍ଟ ନିର୍ଦ୍ଦେଶ ଦେଇଥିଲେ।

Related Posts