ଜାମିନ ସର୍ତ୍ତ ଖିଲାପ କରିଥିବାରୁ ପୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ଜେଲ୍ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପୁଣି ଜେଲ୍ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । କେନ୍ଦ୍ରାପଡାର ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ଏବେ ସର୍ତ୍ତମୂଳକ ଜାମିନରେ ଥିଲା । ଏବେ ପୁଣି ଟିଟୋକୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେ ଜାମିନ ସର୍ତ୍ତ ଖିଲାପ କରିବାରୁ ଗିରଫ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଟିଟୋ, ସର୍ତ୍ତ ଅନୁସାରେ ପ୍ରତି ସପ୍ତାହରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟ ଯାଇଥିଲା ଟିଟୋ । କିନ୍ତୁ କୋର୍ଟ କିଛି ରାୟ ଦେବା ପୂର୍ବରୁ ଥାନା ହାଜିରା ବନ୍ଦ କରିଦେଇଥିଲେ । ଏନେଇ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହାପରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଆଜି ପୁଣି ଟିଟୋକୁ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts