ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ତାପ: ରାଗିଲେ ନବୀନ କହିଲେ ଏମାନଙ୍କର କ୍ରିମିନାଲ ରେକର୍ଡ ଅଛି

ଭୁବନେଶ୍ୱର,:
ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ହୋଇଥିବା କ୍ରସ୍‌ ଭୋଟିଂ ପରେ ରାଜନୀତି ତିବ୍ର ରୂପ ନେଇଛି। ବିଜୁ ଜନତା ଦଳ ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି ଓ ସେମାନଙ୍କ ବାପାମାନେ ମଧ୍ୟ ଜେଲ୍‌ରେ ରହିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ହିଁ ସେ ଘୋଡ଼ା ବେପାର ହେବାର ସତର୍କବାଣୀ ଦେଇଥିଲେ। ବର୍ତ୍ତମାନ କେତେକ ବିଧାୟକଙ୍କ କ୍ରସ୍‌ ଭୋଟିଂ ସେହି ଅଭିଯୋଗକୁ ସତ୍ୟ ପ୍ରମାଣ କରିଛି ।
ଏହି ନିର୍ବାଚନରେ ବିଜେଡି , ବିଜେପି ଓ କଂଗ୍ରେସ, ସିପିଆଇଏମ ପକ୍ଷରୁ ଭୋଟିଂ ହୋଇଥିଲା। ଭୋଟିଂ ସମୟରେ କେତେକ ବିଧାୟକ ଦଳୀୟ ହୁଇପ୍‌କୁ ଅଣଦେଖା କରି ଅନ୍ୟ ପକ୍ଷକୁ ଭୋଟ୍‌ ଦେଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ସୃଷ୍ଟି ହୋଇଛି।

Related Posts