ବଙ୍ଗୋପସାଗରରେ ତୀବ୍ର ଅବପାତ: ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ତୀବ୍ର ଅବପାତର ରୂପ ନେଲା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଏହା ଏବେ ଉତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ବାଙ୍ଗଲାଦେଶର ଉପକୂଳ ଖେପୁପୁରା ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି ।ଆଜ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରଯାଇଛି ।

ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୭ର ୨୦ ସେଂଟିମିଟର ବର୍ଷା ହେବ ବୋଲି କୁହାଯାଇଛି । ଏହା ପ୍ରଭାବରେ ଭୁସ୍ଖଳନ, ଜଳବନ୍ଦୀ ସମସ୍ୟା ହେବ ବୋଲି କୁହାଯାଇଛି । ସେହିପରି ୧୩ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ସେହିପରି ୧୨ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରର ସ୍ଥିତି ବେହାଲ ହୋଇପଡିଛି । ଆଜି ମଧ୍ୟ ଭୁବନେଶ୍ୱର, କଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ଷା ଯୋଗୁଁ ତଳିଆ ଅଂଚଳରେ ଲୋକଙ୍କ ଘରେ ପଶିଛି ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଥିଲା । ସୋମବାର ରାଜଧାନୀରେ ହୋଇଥିବା ବାଦଲ ଫଟା ବର୍ଷା ଦଶନ୍ଧି ଭିତରେ ଦେଖିବାକୁ ମିଳିନଥିଲା । ଗତକାଲି ଭୁବନେଶ୍ୱର ରାତି ୮ଟା ସୁଦ୍ଧା ୨୫୮ ମିଲିମିଟର ବର୍ଷା ଥିଲା । ଯାହା ଗତ ୧୨ ବର୍ଷରେ ସର୍ବାଧିକ ।

Related Posts