ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଭୋଗରାଇରେ ସର୍ବାଧିକ ୨୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ ଫିରିଙ୍ଗିଆରେ ୨୧୧ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ନାୱାନାରେ ୧୯୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଟିକାବାଲି ୧୯୬ ମିମି, ଚକାପାଦରେ ୧୯୦ ମିମି, ବହଳଦା ୧୮୬ ମିମି, କୁସୁମି ୧୭୯ ମିମି, ସମ୍ବଲପୁର ବାଟଗାଁରେ ୧୮୫.୨ ମିମି, ଫୁଲବାଣୀରେ ୧୬୮.୨ ମିମି, ତିରିଂ ୧୬୫ ମିମି, ଉଦଳା ୧୬୪.୬ ମିମି, ଜୁନାଗଡ ୧୬୧ ମିମି, ଯଶୀପୁରରେ ୧୬୦ ମିମି, ବାଲେଶ୍ୱର ୧୪୬.୮, ବୌଦ୍ଧ ୧୩୬.୫ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ବେଳେ ୨୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ଏବଂ ୪୯ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ସୃଷ୍ଟି ହୋଇଥିବା ଲଘୁଚାପର ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଗଭୀର ଅବପାତ ଏବେ ଏହା ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ଦକ୍ଷିଣ ଝାଡ଼ଖଣ୍ଡ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ, ଝାରସୁଗୁଡା ଠାରୁ ପୂର୍ବ-ଉତର ଦିନଗରେ ୧୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।





