ହେବନି ମେଣ୍ଟ, ଏକା ଲଢିବ ବିଜେପି: ମନମୋହନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ଆଜି ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ ବୟାନ । ବିଜେପି ଏକାକି ନିର୍ବାଚନ ଲଢିବ ବୋଲି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକି ଲଢି ସରକାର କରିବ, ଓଡିଶାର ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢିବ ବୋଲି ମନମୋହନ ସାମଲ କହିଛନ୍ତି ।

ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଜେପି ନେତାମାନେ ତୁହାକୁ ତୁହା ଦିଲ୍ଲୀ ଯାଇ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରୁଥିଲେ । ଗୁରୁବାର ସକାଳେ ହିଁ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରୁ ଫେରିଥିଲେ । ଆଉ ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଏ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ଭିତରେ ସହମତି ନହେବାରୁ ମେଣ୍ଟ ହେବନାହିଁ ।

Related Posts