ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାଇଟେକ ମେଡିକାଲ୍ ବିସ୍ପୋରଣ ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ । ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ କଲେ ସରକାର । ଶ୍ରମ କମିଶନରଙ୍କୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।
ତେବେ ହାଇଟେକ ମେଡିକାଲ୍ କଲେଜ ବିସ୍ପୋରଣରେ ୩ ଜଣ ନୀରିହ ଜୀବନ ଚାଲିଯିବା ସହ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ଚାଲିଛି। ଏପରକି ଶବ ଅଦଳ ବଦଳ ଓ ଦିଲ୍ଲୀପ ସାମନ୍ତରାୟ ଙ୍କ ଗର୍ଭବତୀ ପତ୍ନୀ ସ୍ବାମୀଙ୍କ ଭୁଲ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କରିବାର ଅଭିଯୋଗ ତାଙ୍କ ପରିବାର କରିଛନ୍ତି। ଏଥିସହିତ ଏସି ମରାମତି ବେଳେ ନାଇଟ୍ରୋଜେନ ଗ୍ୟାସ ବଦଳରେ ଅକ୍ସିଜେନ ଗ୍ୟାସ ହାଇଟେକ କର୍ତ୍ତୃପକ୍ଷ ଦେବା ଯୋଗୁଁ ବିସ୍ପୋରଣ ହେଇଥିବାର ଏସି ମେକାନିକ ମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନଙ୍କ ସୁରକ୍ଷା ଗାଇଡଲାଇନ କୁ ଖୋଲାଖୋଲି ଉଲଂଘନ କରିବାର ଅଭିଯୋଗ ହୋଇଛି।
ଏନେଇ ଇସି ଆକ୍ଟ ଧାରା ୪(କ) ଓ ଶ୍ରମ ଆଇନ ଅନୁସାରେ ଜୋରିମାନା ଓ ଅପରାଧିକ ମାମଲା ରୁଜୁ କରିବା ସହ ଧାରା ୧୨ ଅନୁସାରେ ସମସ୍ତ ନୀହତ ଓ ଆହତ ପରିବାର କୁ ୫୦ଲକ୍ଷ ର କ୍ଷତିପୂରଣ ପ୍ରଦାନ କରିବାକୁ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି ଗତ ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ, ୫ଟି ର ଅଧ୍ୟକ୍ଷ ଓ ଶ୍ରମ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣା ର ଗୁରୁତ୍ବ କୁ ଉପଲବ୍ଧ କରି ଆଜି ରାଜ୍ୟ ସରକାର ଶ୍ରମ କମିଶନରଙ୍କୁ ଘଟଣାର ତଦନ୍ତ କରିବା ସହ ବିସୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ତଦନ୍ତ ଯଥାଶୀଘ୍ର ସାରି ରିପୋର୍ଟ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ନୀହତ ଓ ଆହତ ପରିବାର କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି ଦୃଢ ଦାବି କରିଛନ୍ତି । ଯଦି ହାଇଟେକ କର୍ତ୍ତୃପକ୍ଷ ତୁରନ୍ତ ୫୦ ଲକ୍ଷ ର କ୍ଷତି ପୂରଣ ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ବାରସ୍ଥ ହେବାସହ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।





