ଭୁବନେଶ୍ୱର,8/1 (ସତ୍ୟପାଠ ବ୍ୟୁରୋ): ହାଇଟେକ୍ ବିସ୍ଫୋରଣ ସହ ୩ ଜଣଙ୍କ ମୃତ୍ୟୁ ଓ ମୃଦଦେହକୁ ନେଇ ଦ୍ୱନ୍ଦ୍ୱ ପ୍ରସଙ୍ଗ ରେ ରାଜରାସ୍ତାରେ ଗର୍ଜିଲା ଛାତ୍ର କଂଗ୍ରେସ। ଆଜି ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ଏହି ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୁଲିସ ଅଟକାଇଥିଲା। କିଛି ସମୟ ପାଇଁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ତାହ କରିଥିଲେ।
ମୃତକ ପରିବପାର ୫୦ ଲକ୍ଷ ଟଙ୍କା ଦିଆଯିବା ସହ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯିବାର ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଏହାସହ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରାଯାଉ। ଶାସକ ଦଳର ନେତା ସବୁ ଘଟଣାକୁ ଚପାଇ ଦେବାକୁ ବସିଛନ୍ତି। ୭ରୁ୮ ଦିନ ହେଲା ଏହି ଅଘଟଣ ଘଟିଲାଣି, ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି। ଯଦି ଏସବୁ ଦାବି ପୂରଣ ନ ହୁଏ ତାହାହେଲେ ଆନ୍ଦୋଳନ ତୀବ୍ରତର ହେବା ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଏହାସହ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି କହିଛି।





