ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ମୁସଲିମ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦେଇଥିବା ବ୍ୟକ୍ତିର ଜାମିନ ନାମଞ୍ଜୁର କଲେ ହାଇକୋର୍ଟ

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ମୁସଲିମ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦେଇଥିବା ତଥା ଭିଡର ଫାଇଦା ଉଠାଇ ଏକ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଗିରଫ ଏକ ବ୍ୟକ୍ତିକୁ ଜାମିନ ଦେବାକୁ ମନା କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ହକିକୋର୍ଟର ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଜାମିନ ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ଏଫଆଇଆର୍ ଅନୁସାରେ ଅଭିଯୁକ୍ତ ଜଣକ ଗତ ଏପ୍ରିଲ ୧୪ ତାରିଖ ଅନୁଷ୍ଠିତ ହନୁମାନ ଜୟନ୍ତୀ ପୂର୍ବରୁ ଅନୁଷ୍ଠିତ ଶୋଭାଯାତ୍ରା ବେଳେ ଭିଡର ଫାଇଦା ଉଠାଇ ବ୍ୟକ୍ତି ଜଣକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କ ଘରକୁ ଆକ୍ରମଣ କରିଥିଲେ। ଏହାସହିତ ମୁସଲିମ ସମ୍ପ୍ରଦୟ ବିରୋଧରେ ସ୍ଲୋଗାନ ଦେବା ସହ କିଛି ଦୋକାନରୁ ଲୁଟ ମଧ୍ୟ କରିଥିବାର ଏଫଆଇଆର୍ ରେ ଉଲ୍ଲେଖ ରହିଛି।

Related Posts