ନୂଆଦିଲ୍ଲୀ: ନ୍ୟାୟପାଳିକାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ। ଏହାକୁ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟ ଭାବେ ରଖିବାର ଆବଶ୍ୟକ ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି କ୍ରମରେ ସଂରକ୍ଷିତ ରଖିଥିବା ରାୟକୁ ନିଜ ୱେବସାଇଟରେ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ କହିଛନ୍ତି କି ହାଇକୋର୍ଟର ୱେବସାଇଟରେ ଏକ ଡ୍ୟାସବୋର୍ଡ ରହିବ ଯାହା ସେମାନଙ୍କ ସମ୍ପୃକ୍ତ ବିଚାରପତିଙ୍କ ଦ୍ୱାରା ନିଷ୍ପତ୍ତି ସଂରକ୍ଷିତ, ଘୋଷଣା ଏବଂ ଅପଲୋଡ୍ ହୋଇଥିବା ତାରିଖ ସୂଚିତ କରିବ। କୋର୍ଟ ୬ ମାସରୁ ଅଧିକ ସମୟ ଧରି ସଂରକ୍ଷିତ ରହିଥିବା କିନ୍ତୁ ଘୋଷଣା କରାଯାଇନଥିବା ଏବଂ ୬ ମାସ ପରେ ଘୋଷଣା କରାଯାଇଥିବା ରାୟକୁ ସାର୍ବଜନୀନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେବା ସହିତ ପ୍ରସ୍ତାବ ରଖିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି କି, ଏହି ହାଇକୋର୍ଟରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା କେତେ ରାୟ ସଂରକ୍ଷିତ ରଖାଯାଇଛି ଏବଂ ସେମାନଙ୍କ ମଧ୍ୟରୁ କେତେଟି ଘୋଷଣା କରାଯାଇଛି ତାହା ସମସ୍ତଙ୍କୁ ଜଣାଇବା ଜରୁରୀ। ଏପରିକି କେତେ ଦିନ ମଧ୍ୟରେ ସେଗୁଡ଼ିକ ଘୋଷଣା କରାଯାଇଛି ସେ ସମ୍ପର୍କରେ ତଥ୍ୟ ୱେବସାଇଟରେ ପ୍ରକାଶ ପାଇବା ଜରୁରୀ। ଏହି ସୂଚନା ସ୍ୱୟଂଚାଳିତ ହେବା ଉଚିତ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି ସାର୍ବଜନୀନ ଡୋମେନରେ ଉପଲବ୍ଧ ହେବା ଉଚିତ। ୬ ମାସ ପରେ କେତେ ଘୋଷଣା କରାଯାଇଛି ଏବଂ କେତେ ୬ ମାସ ପରେ ଘୋଷଣା ପାଇଁ ଅପେକ୍ଷା କରିଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାୟ ଅପଲୋଡ୍ କରିବାରେ କେତେ ସମୟ ଲାଗିଛି ? ଘୋଷଣା ପରେ ରାୟ କ’ଣ ୱେବସାଇଟରେ ସହଜରେ ଉପଲବ୍ଧ?” ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଆବଶ୍ୟକୀୟ କାର୍ଯ୍ୟ ୪ ସପ୍ତାହ ମଧ୍ୟରେ କରାଯିବାକୁ କୋର୍ଟ କହିଛନ୍ତି।





