କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ହିଜାବ ବିବାଦକୁ ନେଇ ଚାଲିଥିବା ଶୁଣାଣିର ଆଜି ଆସିପାରେ ଚୂଡାନ୍ତ ରାୟ | ଗତମାସରୁ ହିଜାବ ବିବାଦ ମାମଲାର ଶୁଣାଣି ଚାଲିଥିବା ବେଳେ, ଆଜି ଶୁଣାଣିର ଅନ୍ତ ଘଟିବାକୁ ଯାଉଛି |
ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବହୁଚର୍ଚ୍ଚିତ ହିଜାବ ବିବାଦ ପରେ ଉଗ୍ର ରୁ ଧାରଣ କରିଥିଲା | ରାଜନୀତି ଠାରୁ ଆରମ୍ଭ କରି ହିଂସା ଦେଖିବାକୁ ମିଳିଥିଲା | କିଛି ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଥିଲା । ଏହି ଘଟଣାରେ ନିର୍ଦ୍ଦେଶ ଜାରି କରିଥିଲ ରାଜ୍ୟ ସରକାର । ଶିକ୍ଷାନୁଷ୍ଠାନରେ କେବଳ ନିର୍ଦ୍ଧାରିତ ସ୍କୁଲ ୟୁନିଫର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମୀୟ ପୋଷାକ ପରିଧାନ କରି ସ୍କୁଲ ଆସିବା ଉପରେ କର୍ଣ୍ଣାଟକ ସରକର ପ୍ରତିବନ୍ଧକ ଲଗାଇଥିଲେ ।ଯାହାକୁ ବିରୋଧ କରି ସଂଖ୍ୟାଲଘୁ ପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏକାଧିକ ଥର ଶୁଣାଣି ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚୂଡାନ୍ତ ରାୟ ଆସିପାରି ନଥିଲା । କେବଳ ଅନ୍ତରୀଣ ରାୟ ଅନୁସାରେ, ଶିକ୍ଷାନୁଷ୍ଠାନରେ ପାଠପଢା ଜାରି ରଖିବାକୁ କର୍ଣ୍ଣାଟକ ସରକରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ରାୟ ଆସିବାକୁ ଯାଉଛି | ଯାହା ଉପରେ ଏବେ ସମଗ୍ର ଦେଶର ନଜର ରହିଛି |





