ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜନୈତିକ ଦଳ । ଏହାରି ମଧ୍ୟରେ ରାଜନୈତିକ ଦଳମାନେ ରାଲି କରିବା ସହ ନିର୍ବାଚନ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି। ନିକଟରେ ଆମ୍ ଆଦମୀ ପାର୍ଟି ହିମାଚଳବାସୀଙ୍କୁ ୫ଟି ବଡ଼ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ କଂଗ୍ରେସ ଭୋଟ ହାତେଇବା ପାଇଁ ୧୦ଟି ପ୍ରତିଶ୍ରୁତି ପୂରଣ କରିବାକୁ ଘୋଷଣା କରିଛି।
କଂଗ୍ରେସର ହିମାଚଳ ପ୍ରଦେଶରେ ଦେଇଥିବା ୧୦ଟି ପ୍ରତିଶ୍ରୁତିରେ ନିଯୁକ୍ତି ଠାରୁ ଆରମ୍ଭ କରି ମାଗଣା ବିଦ୍ୟୁତ୍ ଦିଆଯିବା ପ୍ରସଙ୍ଗ ରହିଛି। ଷ୍ଟାର୍ଟ ଅପ୍ ପାଇଁ ପାଣ୍ଠି ଦେବା ସହ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବାକୁ ଦଳ ଘୋଷଣା କରିଛି। କଂଗ୍ରେସ ଦେଇଥିବା ୧୦ଟି ପ୍ରତିଶ୍ରୁତି ମଧ୍ୟରେ ରହିଛି…
୧. ପୁରୁଣା ପେନ୍ସନ୍ ଯୋଜନା ପୁନଃ ସ୍ଥାପିତ ହେବ।
୨. ମହିଳାମାନେ ପ୍ରତି ମାସରେ ୧୫୦୦ଟଙ୍କା ପାଇବେ।
୩. ମୁଦ୍ରାସ୍ଫୀତି ହ୍ରାସ କରିବାକୁ ୩୦୦ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ।
୪. ଯୁବପିଢ଼ିଙ୍କୁ ୫ ଲକ୍ଷ ଚାକିରି ଦିଆଯିବ।
୫. ଉଦ୍ୟାନ କୃଷକମାନଙ୍କୁ ଫଳର ମୂଲ୍ୟ ସ୍ଥିର କରିବାର ସୁବିଧା।
୬. ଯୁବକମାନଙ୍କୁ ଷ୍ଟାର୍ଟ ଅପ୍ ପାଇଁ ୬୮୦ କୋଟି ଟଙ୍କାର ପାଣ୍ଠି।
୭. ମୋବାଇଲ୍ କ୍ଲିନିକ୍ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ମାଗଣା ଚିକିତ୍ସା ଦିଆଯିବ।
୮. ପ୍ରତ୍ୟେକ ବିଧାନସଭାରେ ୪ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲାଯିବ।
୯. ପ୍ରତିଦିନ ଗାଈ-ମଇଁଷି ପାଳକଙ୍କଠାରୁ ୧୦ଲିଟର କ୍ଷୀର କ୍ରୟ କରାଯିବ।
୧୦. କିଲୋଗ୍ରାମ ପ୍ରତି ଦୁଇ ଟଙ୍କା ମୂଲ୍ୟରେ ଗୋବର କ୍ରୟ କରାଯିବ





